କଟକ ସହରରେ କମିଶନରେଟ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାର ଆରମ୍ଭ

0

କଟକ: ପୋଲିସ ପକ୍ଷରୁ ଚାଲିଛି ଯୋରଦାର ଚେକିଂ । ଆଜି କଟକ ସହରରେ କମିଶନରେଟ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାର ଆରମ୍ଭ କରାଯାଇଛି । ତେବେ କଟକ ଓଏମପି ଛକରେ ସବୁ ଭାରିଯାନକୁ ଅଟକାଇ ଯାଞ୍ଚ କରୁଛି କମିଶନରେଟ ଟ୍ରାଫିକ ପୋଲିସ ।

ଏହା ସହିତ ବିକଟାଳ ହର୍ଣ୍ଣ ସହ ବ୍ଲାକ କାଚ ଆଦି ଗାଡି ଉପରେ କଡା ନଜର ରଖିଛି ପୋଲିସ । ବାଇକ , କାର , ଟ୍ରକ , ବସ ଓ ଅନ୍ୟାନ୍ୟ ଗାଡିଗୁଡିକୁ ଅଟକାଇ ଚେକିଂ କରୁଛି ପୋଲିସ । ଏହା ସହିତ କେଉଁ ଗାଡିରେ ବିକଟାଳ ହର୍ଣ୍ଣ ଏବଂ ବ୍ଲାକ କାଚ ଲାଗିଛି ତାହା ମଧ୍ୟ ଯାଞ୍ଚ କରୁଛି ପୋଲିସ ।