ମାଗଣା ବିଜୁଳି ଯୋଜନାକୁ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର:   ଆମ ସରକାର “ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର” ମାଗଣା ବିଜୁଳି ଯୋଜନାକୁ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଯୋଜନାକୁ ହିତାକାରୀ ମାନଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ଓ ବିସ୍ତାର କରିବା ପାଇଁ ସେମାନଙ୍କୁ 3 କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ଘରୋଇ ସୋଲାର ପ୍ରକଳ୍ପ ସ୍ଥାପନ ନିମନ୍ତେ 60 ହଜାର ଟଙ୍କାର ଅତିରିକ୍ତ ରାଜ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ ଯାହା କେନ୍ଦ୍ରୀୟ ଆର୍ଥିକ ସହାୟତା ଅନୁରୂପ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଅତିରିକ୍ତ ରାଜ୍ୟ ସହାୟତା ପ୍ରଦାନ ପାଇଁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ଅଧୀନରେ 2025-26 ଆର୍ଥିକ ବର୍ଷରେ 8 ଶହ ୨୦ କୋଟି ଟଙ୍କା ଆବଣ୍ଟନ କରିବାକୁ ମୁଁ ପ୍ରସ୍ତାବ ଦେଇଛି ।