ଆଠଗଡ ପ୍ରଶାସନ ତରଫରୁ ସମନ୍ୱୟ ବୈଠକ

0

(ବିରୁପାକ୍ଷ ପ୍ରଧାନ)ଆଠଗଡ଼: ଚଳିତ ସାଧାରଣ ନିର୍ବାଚନକୁ ମୁକ୍ତ ଏବଂ ନିରପେକ୍ଷ କରିବାପାଇଁ ଆଠଗଡ ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଏକ ସମନ୍ୱୟ ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଯାଇଛି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଅମିୟ କୁମାର ସାହୁ ଓ କଟକ ଗ୍ରାମାଞ୍ଚଳ ଏସ.ପି ରାଧାଗୋବିନ୍ଦ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ । ନିର୍ବାଚନ ସୁପରିଚାଳନା ପାଇଁ ଆବଶ୍ୟକୀୟ କର୍ତ୍ତବ୍ୟ ଏବଂ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ବିଶେଷ କରି ନିର୍ବାଚନ ଆଚରଣ ବିଧି ଉଲଂଘନ ଉପରେ କଡା ଆଭିମୁଖ୍ୟ ପୋଷଣ କରିବା ସହିତ ଉଲଂଘନକାରୀ ମାନଙ୍କୁ ତୁରନ୍ତ ଆଇନ ପରିସର ଭୁକ୍ତ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।