ପାଗଳ ସୀମାଞ୍ଚଳଙ୍କୁ ଚିକିତ୍ସା ଯୋଗାଇବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ

0

 ହିଞ୍ଜିଳି/ ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ବେଲଗାଁ ଗ୍ରାମ ପଞ୍ଚାୟତ ମଧୁସୂଦନପୁର ଗାଁର ସୀମାଞ୍ଚଳ ଜେନା ଦୀର୍ଘ ୧୦ରୁ ୧୨ବର୍ଷ ହେବ ପାଗଳ ହୋଇଯାଇଛନ୍ତି ।  ସୀମାଞ୍ଚଳଙ୍କ ପରିବାରର ୨ପୁଅ ଓ ଗୋଟିଏ ଝିଅ ଅଛନ୍ତି । ହଠାତ୍ ସୀମାଞ୍ଚଳ ପାଗଳ ହୋଯାଇଥିଲେ । ପାଗଳ ପରେ ସୀମାଞ୍ଚଳ ପରିବାର ଲୋକଙ୍କ ସହ ଗାଁ ଲୋକଙ୍କୁ ମାଡ ପିଟି କରିଥିଲେ । ସୀମାଞ୍ଚଳଙ୍କ ଏପରି ଅବସ୍ଥା ଦେଖି ପରିବାର ଲୋକେ ବିଭିନ୍ନ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ସୀମାଞ୍ଚଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧିରିବାର ପରିବର୍ତ୍ତେ ବିଗିଡ଼ିବାରେ ଲାଗିଲା ।  ପରିବାର ଲୋକେ ବାଧ୍ୟ ହୋଇ ଗୋଡରେ ବେଡି ପକାଇ ଦେଲେ । ସୀମାଞ୍ଚଳଙ୍କ ପରିବାର ଗରୀବ ହୋଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା କରାଇ ପାରିଲେନି ପରିବାର । ଏଥିନେଇ ପରିବାର ସହ ଗାଁ ଲୋକେ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଏହି ଖବର ପାଇବା ପରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ସିମାଞ୍ଚଳଙ୍କ ପାଖରେ ପହଞ୍ଚିଥିଲେ  । ସିମାଞ୍ଚଳଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।