କମ୍ୟୁନିଟି ସାଇନସ୍ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

0

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ କମ୍ୟୁନିଟି ସାଇନସ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ । ମହାବିଦ୍ୟାଳୟ ପରିସରରେ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ମୁଖ୍ୟ ଅତିଥି ଭାବେ ଆମ ରାଜ୍ୟର ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗ ଦେଇ ସମାଜର ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ କିପରି ନିଜକୁ ସାମିଲ୍ କରିପାରିବେ । ସେ ବିଷୟରେ ଆଲୋପାତ କରିଥିଲେ । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଅମିୟ କୁମାର ରଥ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ସାମୂହିକ ଜ୍ଞାନ, ଖାଦ୍ୟ ଓ ସ୍ଵାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ ଇତ୍ୟାଦିରେ ଏହି ପାଠ୍ୟକ୍ରମର ଆବଶ୍ୟକତା ଓ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ବିଷୟରେ ଅଭିଭାଷଣ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ପ୍ରିତିଶ୍ରୀ ପାଢ଼ୀ, ଛାତ୍ର ସଂସଦର ଉପଦେଷ୍ଟା ଡ଼ଃ ଚିତ୍ରୋତ୍ପଳା ଦେବଦର୍ଶିନୀ, ସଂସଦର ସଭାପତି ଅଭିଷେକ ସାମନ୍ତ,ସାଧାରଣ ସମ୍ପାଦକ ଗଣେଷ ଚନ୍ଦ୍ର ଛତ୍ରିଆ । ଏହି ଉତ୍ସବକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିଥିଲେ । ସମ୍ମାନିତ ଅତିଥି ମାନଙ୍କ ଅଭିଭାଷଣ ପରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରିଶେଷରେ ସଂସଦର ସଭାପତି ଅଭିଷେକ ସାମନ୍ତ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପ୍ରତିଧ୍ୱନୀ-୪.୦ ପରିବେଷଣ କରି ବାର୍ଷିକ ଉତ୍ସବକୁ ପରିସମାପ୍ତ କରିଥିଲେ ।