ଭୁବନେଶ୍ୱର : ରାଜ୍ୟରେ ୧୭୫ ଡେଙ୍ଗୁ ରୋଗୀ | ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ | କେବଳ ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରୁ ୯୩ ରୋଗୀ ଚିହ୍ନଟ | ଏନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର | ଆଜି ସୁଦ୍ଧା ୧୦, ୭୮୧ ଡେଙ୍ଗୁ ଟେଷ୍ଟ ହୋଇ ସାରିଛି | ଖୋର୍ଦ୍ଧା ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଏମ୍ସ, RMRରେ ଟେଷ୍ଟିଂ |
ସୂଚନା ଅନୁସାରେ, ଗତବର୍ଷ ସମାନ ସମୟରେ ୩୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । କିନ୍ତୁ ଚଳିତବର୍ଷ ଦୁଇଗୁଣା ଅଧିକ ଟେଷ୍ଟ ହୋଇଥିଲା ସୁଦ୍ଧା ରୋଗୀ ସଂଖ୍ୟା କମିଛି ବୋଲି ସୂଚନା ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୧ରେ ୪୨ ହଜାର ୬୦୦ ଟେଷ୍ଟରୁ ୭ ହଜାର ୫୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି ୨୦୨୨ ରେ ୫୪ ହଜାର ଟେଷ୍ଟରୁ ୭୦୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ୨୦୨୨ରୁ ୨୦୨୩ ମସିହା ଭିତରେ ଡେଙ୍ଗୁ ରୋଗୀ ସଂଖ୍ୟା କମୁଛି । ଦୁଇ ଗୁଣା ଅଧିକ ଟେଷ୍ଟ ହେଉଥିବାବେଳେ ରୋଗୀ ସଂଖ୍ୟା କମୁଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।