(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆରମ୍ଭ ହୋଇଛି ୪୫ ତମ ୱାଲର୍ଡ଼ ସ୍କିଲ କମ୍ପିଟିସନ । ରୁଷର କଜାନ ସହରରେ ଏହି କମ୍ପିଟିସନ ଅନୁଷ୍ଠିତ ହୋଇଛି । ଆରିନା ଷ୍ଟାଡ଼ିୟମରେ ଏହାର ଓପନିଂ ସେରିମନି ଆୟୋଜିତ ହୋଇଥିଲା । ୬୦ ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ କରାଯାଇ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ସ୍ୱାଗତ କରାଯାଇଛି । ଏଥିରେ ଭାରତ ମଧ୍ୟ ପ୍ରତିନିଧିତ୍ୱ କରିଛି । ୫୬ ଟି ବର୍ଗରେ ପ୍ରତିଯୋଗିତା ହେବ । ଏଥିରୁ ୪୪ ଟି ବିଭାଗରେ ଭାରତ ପ୍ରତିଯୋଗିତା କରିବ । ଏଥିପାଇଁ ଭାରତର ଏକ ୪୮ ଜଣିଆ ଦଳ ରୁଷ ଗ୍ରସ୍ତ କରିଛି । ଏହି ଦଳରେ ଅବିନାଶ ସ୍ୱାଇଁ , ଜେନୋଫୋନ୍ ଦାସ ଓ ଏସ. ଏ ନାରାୟଣ ପ୍ରମୁଖ ୩ ତିନି ପ୍ରତିଯୋଗୀ ଅଛନ୍ତି । ଗତବର୍ଷ ଭାରତକୁ ଗୋଟିଏ ସିଲଭର ଓ ଗୋଟିଏ ବ୍ରୋଞ୍ଚ ପଦକ ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ତେଣୁ କରି ଚଳିତ ବର୍ଷ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ଖେଳିବ ବୋଲି ଆଶା ରଖିଛି ।