୭ଟି ଜିଲ୍ଲାରେ ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ୍

ଆସାମର ୭ଟି ଜିଲ୍ଲାରେ ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ହୋଇଛି । ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସମୟ ମଧ୍ୟରେ କର୍ଫ୍ୟୁ ଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

0

(ଆସାମ) : ଆସାମର ୭ଟି ଜିଲ୍ଲାରେ ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ହୋଇଛି । ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସମୟ ମଧ୍ୟରେ କର୍ଫ୍ୟୁ ଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ବ୍ୟବସାୟ ପ୍ରତିଷ୍ଠାନ ଖୋଲିବ ନାହିଁ । ଔଷଧ ଏବଂ କ୍ଷୀର ଏବଂ ରାସନ ବ୍ୟତୀତ ସମସ୍ତ ଦୋକାନଗୁଡିକ କଡା ଭାବରେ ବନ୍ଦ ରହିବ । ଉଭୟ ସରକାରୀ ଏବଂ ବେସରକାରୀ ପରିବହନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନାନୁଯାୟୀ , ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଗୋଲପାରା, ଗୋଲାଘାଟ, ଜୋରହାଟ, ଲକ୍ଷ୍ମୀପୁର, ସୋନୀତପୁର, ବିଶ୍ୱନାଥ ଏବଂ ମୋରିଗାଓଁ ଜିଲ୍ଲାକୁ ଏହି ପ୍ରତିବନ୍ଧକ ମଧ୍ୟରେ ରଖାଯାଇଛି । ଏହା ସହିତ ଆନ୍ତରାଜ୍ୟ ପରିବହନକୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଷେଧ କରାଯାଇଛି ।