ନବରଙ୍ଗପୁର/ ଟୁକୁନା ଖୁରା : ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ଠାରେ ନବରଙ୍ଗପୁର ଜିଲ୍ଲାର ପାଣି ପଂଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଲ୍ ଆଇ ଡ଼ିଭିଜନ ର ଉପଦେଷ୍ଟା ଶ୍ରୀ ପ୍ରମୋଦ ପାଢ଼ୀ,ଜିଲ୍ଲାପାଳ ଶ୍ରୀ କାମଳ ଲୋଚନ ମିଶ୍ର, କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦିଲୀପ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମୋଟିରାମ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭିକ ଅଭିଭାଷଣ ଡକ୍ଟର ଶ୍ରୀ ମିଶ୍ର ଓଡ଼ିଆ ସରକାର ପାଣି ପଞ୍ଚାୟତ ଆକ୍ଟ ପ୍ରଣୟନ କରିଥିବା ବେଳେ ଜିଲ୍ଲାରେ ୧୦୬୫ ଗୋଟି ପାଣି ପଞ୍ଚାୟତ ରହିଛି ଏବଂ କୃଷି କ୍ଷେତ୍ରର ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ଆଗାମୀ ଦିନରେ କମ୍ ବର୍ଷା କମ୍ ପାଣିରେ ଅଧିକ ଚାଷ କରି ଲାଭବାନ ହେବା ପାଇଁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା ପାଇଁ ଉପସ୍ଥିତ ଥିବା ଚାଷୀଙ୍କୁ ପରୋକ୍ଷ ଭାବରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ପାଣି ପଞ୍ଚାୟତ କୁ ଦୃଢ଼ି କରଣ ହେବା ଆବଶ୍ୟକ ସେଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ବଦ୍ଧ ଭାବେ କାର୍ୟ୍ୟ କରୁଥିବା କହିଛନ୍ତି । ୨୦୧୨ ରେ ପାଣି ପଞ୍ଚାୟତ ବ୍ୟବସ୍ଥା ହେଲା ସେଥି ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ର ପାତ୍ର ବୋଲି ଉଠା ଜଳ ସେଚନ ନିଗମ ର ଉପଦେଷ୍ଠା ଶ୍ରୀ ପ୍ରମୋଦ ପାଢ଼ୀ କହିଥିଲେ ।