ବିକଶିତ ଗାଁ ଓ ବିକଶିତ ଓଡିଶା ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରୀ..

0

ନାରାୟଣପାଟଣା ବ୍ଲକ ରେ ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି ।ଆସନ୍ତା ଫେବୃଆରୀ ୧୫ ତାରିଖ ସୁଦ୍ଧା ପ୍ରତି ଗାଁରେ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି।

ଏହି କାର୍ୟ୍ୟକ୍ରମ ର ସିଧା ପ୍ରସାରଣ ନାରାୟଣପାଟଣା ହାଇ ସ୍କୁଲ ପଡ଼ିଆରେ ବ୍ଲକ ପ୍ରଶାସନ ଦ୍ବାରା ଆୟୋଜନ କରାଯାଇଥିଲା। କାର୍ୟ୍ୟକ୍ରମରେ ଉପଜିଲ୍ଲାପାଳ ସୁବ୍ରତ କୁମାର ସାହୁ, ତହସିଲଦାର ଦେବବ୍ରତ ମହାରଣା, ବ୍ଲକ ଅଧକ୍ଷ ଗୋଲାଦି ତ୍ରିନାଥ, ଉପ ଅଧ୍ୟକ୍ଷା ରୀନୁ ଦାସଙ୍କ ସମେତ ବିଜେପି ବ୍ଲକ ସଭାପତି କାଶୀନାଥ ହିକକା, ନଅ ଗୋଟି ପଞ୍ଚାୟତ ର ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ସିଡ଼ିପିଓ ,ଅଙ୍ଗନୱାଡ଼ି କର୍ମୀ,ଆଶାକର୍ମୀ ,ଏସ ଏ ଜି ମହିଳା ଙ୍କ ସମେତ ବ୍ଲକ ର ସମସ୍ତ କର୍ମଚାରୀ ସ୍ଥାନୀୟ ବାସିନ୍ଦା ଉପସ୍ତିସ୍ତ ଥିଲେ ଆଉ ଶେଷରେ ସରକାରଙ୍କ ଏପରି ଯୋଜନା କୁ ପ୍ରସସ୍ନା କରିଥିଲେ।