ବେଗୁନିଆ (ଶେଖ୍ ଅନୁଅର୍ ଅଲ୍ଲୀ) : ଆଜିଠାରୁ ସାମୁହିକ ଛୁଟିରେ ରାଜ୍ୟର ଏକ ଲକ୍ଷ ତିରିଶି ହଜାର ଶିକ୍ଷକ । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଶିକ୍ଷକ ମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇବା ସହ , ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମିଳିତ ଧାରଣା ଦିଆଯାଇଛି । ଆଜି ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଡ଼ାକରାରେ ବେଗୁନିଆ ବ୍ଲକ ଶିକ୍ଷକ ସଂଘ ସାମୁହିକ ଛୁଟିରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଧାରଣାରେ ତିନିଦଫା ଦାବିରହିଛି ଏବଂ ପ୍ରାଥମିକ ଶିକ୍ଷକ ମାନଙ୍କର ଦାବି ପୁରଣ ନଅ ହେବା ପର୍ଯ୍ୟନ୍ତ ଏହି ଧାରଣା ଦିଆ ଯିବ ବୋଲି ଚେତାବନୀ ଦେଇଛନ୍ତି ବେଗୁନିଆ ଶିକ୍ଷକ ସଂଘ । ତେବେ ଏହି ତିନିଦଫା ଦାବି ପାଇଁ ପ୍ରାଥମିକ ଶିକ୍ଷକ ମାନେ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି । ବେଗୁନିଆ ପ୍ରାଥମିକ ଶିକ୍ଷକ ସଂଘ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ଦାବି ଗୁଡ଼ିକ ହେଉଛି ଠିକା ବ୍ୟବସ୍ଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ । ତେବେ ନିର୍ବାଚନ ଆସୁଥିବାରୁ ଶିକ୍ଷକ ମାନେ କଡା ପଦକ୍ଷେପ ନେଇଥିବା ଜଣାପଡିଛି ଏବଂ କାର୍ଯ୍ୟ ବନ୍ଦ କରିଥିବା ଦେଖିବାକୁ ମିଳିଛି ।