ବିଧାୟକ ଘରେ ଥିବା ପାଣିରେ ଡାଲି ସିଝୁନି

0

ଭୁବନେଶ୍ୱର : ମାହାଙ୍ଗା ବିଧାୟକଙ୍କ ଘରେ ମିଳୁନି ପାଣି | ବିଧାୟକ ଘରେ ଥିବା ପାଣିରେ ଡାଲି ସିଝୁନି | ଦୁଇ କିଲୋମିଟର ଦୂରରୁ ମୋ ଘରକୁ ପାଣି ଆସୁଛି ବୋଲି ବିଧାନସଭାରେ କହିଲେ ବିଧାୟକ | ଏଥିସହ ସେ କହିଛନ୍ତି ଯେ, “ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ମୁଁ ପ୍ରାର୍ଥୀ ଥିଲି ତେଣୁ ମୋ ଘର କୁ ପାଣି ଦିଆଯାଇନାହିଁ | ଗୃହର ସମସ୍ତ ସଦସ୍ୟ ମୋ ଗାଁକୁ ଆସନ୍ତୁ | ତାଙ୍କ ଦଳ ଲୋକଙ୍କ ଘର ପାଖରେ ଲକ ରହୁଛି ତେଣୁ ସେମାନେ ପାଣି ଛାଡ଼ୁନାହାନ୍ତି | 6 ମାସ ଭିତରେ ବାଚସ୍ପତି ଓ ସବୁ ବିଧାୟକ ଯିବେ ମୋ ଘରକୁ ଯ୍ୟଦି ପି ପାରିବେ କହିବେ | ସମସ୍ତ ଙ୍କୁ ନେଇକି ଯିବି ଭଲ ଖାଇବାକୁ ଦେବି କିନ୍ତୁ ସେ ପାଣିରେ ଡାଲି ସିଝୁନି” ବୋଲି ଉଦବେଗ ପ୍ରକାଶ କଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ | ଡିସେମ୍ବରରେ ତାଙ୍କ ଘରକୁ ଯିବା ଏବଂ ସେ ଡାଲି ଭାତର ଆୟୋଜନ କରିବେ ବୋଲି କହିଲେ ମନ୍ତ୍ରୀ |

ସେପଟେ ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକ ମାନେ ନିଜ ନିଜ ଅଞ୍ଚଳର ପାଣି ସମସ୍ୟା ନେଇ ଗୃହରେ ପ୍ରଶ୍ନ କରିଛନ୍ତି | ସେପଟେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ପିଇବା ପାଣି ଯୋଗାଇବାରେ ପୂର୍ବରୁ ଚଞ୍ଚକତା ହୋଇଥିଲା ବର୍ତ୍ତମାନ ଆମେ ତାଙ୍କୁ ତର୍ଜମା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛୁ | ସମୟ ଅବଧି ଭିତରେ ସମସ୍ତ ପ୍ରକଳ୍ପ ଶେଷ ହେବା ସହ ପ୍ରତି ଲୋକଙ୍କ ଘରେ ପିଇବା ପାଣି ପଂହଁଚିବ | ସେପଟେ ବାଚସ୍ପତିଙ୍କୁ ରୁଲିଂ ଟାଇମ ଟୁ ଟାଇମ ରିଭ୍ୟୁ କରି ଟାଇମ ପିରିୟଡ଼ ଭିତରେ ପ୍ରକଳ୍ପ ଶେଷ ପାଇଁ ନିର୍ଦେଶ ଦେଲେ |