ଭୁବନେଶ୍ବର : କଲବଲ କଲେଣି ସାଇବର ଠକ । ୨୦୨୪ ଜାନୁୟାରୀ ୧୧ ତାରିଖ ସୁଦ୍ଧା ଦେଢ଼ କୋଟିରୁ ଅଧିକ ଟଙ୍କା ନେଇ ଗଲେଣି ସାଇବର ଠକ । ପୋଲିସର ଅଧିକ ଚିନ୍ତା ବଢ଼ାଇଛି ଟେଲିଗ୍ରାମ ଠକେଇ । ୧୧ଟି ମାମଲାରେ ଏହି ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି । ୨୦୨୩ ମସିହାରେ ରାଜଧାନୀରୁ ୩୦କୋଟି ଟଙ୍କା ନେଇ ଯାଇଛନ୍ତି ସାଇବର ଠକ । ୨୦୨୩ରେ ସାଇବର ଥାନାରେ ୫୩ଟି ମାମଲା ରୁଜୁ ହୋଇଛି । ୨୦୨୨ ଅପେକ୍ଷା ୨୦୨୩ରେ ୩ ଗୁଣା ସାଇବର ଠକେଇ ବୃଦ୍ଧି ପାଇଛି । ବିଶେଷ କରି ସିନିୟର ସିଟିଜେନ, ପାଠ ପଢୁଆ ଯୁବକ ଯୁବତୀ, ବଡ଼ବଡ଼ିଆ ଲୋକ ଠକେଇରେ ଶିକାର ହେଉଥିବା ଦେଖିବାକୁ ମିଳିଛି ।