ବିବାହ ଭୋଜି ଖାଇ ୩୩୦ ଗୁରୁତର

ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ଏକ ବିବାହ ଉତ୍ସବରେ ଖାଦ୍ୟ ଖାଇବା ପରେ ପ୍ରାୟ ୩୩୦ ଲୋକ ଅସୁସ୍ଥ ହୋଇପଡିଛନ୍ତି।

0

(ମୁମ୍ବାଇ) : ବିବାହ ଭୋଜି ଖାଇ ୩୩୦ ଲୋକ ଅସୁସ୍ଥ । ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ଏକ ବିବାହ ଉତ୍ସବରେ ଖାଦ୍ୟ ଖାଇବା ପରେ ପ୍ରାୟ ୩୩୦ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଏହା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଭୋଜି ଖାଇବା ପରେ ଲୋକମାନେ ଅସୁସ୍ଥ ଅନୁଭବ କରିବା ସହିତ କେତେକ ବାନ୍ତି କରିଥିଲେ। କେଦାରପୁର ଏବଂ ଜାୱାଲଗା ଗାଁର ମୋଟ ୩୩୬ ଜଣଙ୍କୁ ଅମ୍ବୁଲଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଉ କେତେକଙ୍କୁ ଭାଲାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ଅଧିକାଂଶ ଲୋକଙ୍କୁ ଡିସଚାର୍ଜ ବି କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଜାୱାଲଗା ଗାଁର ବାସିନ୍ଦା ୧୩୩ ଜଣ, କେଦାରପୁରର ୧୭୮ ଜଣ ଏବଂ କେଟ୍ ଜାୱାଲଗା ଗାଁର ୨୫ ଜଣ ଲୋକ ଫୁଡ୍ ପଏଜେନିଂ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।