(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ଜେଟଲୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପରଲୋକରେ ଜାତୀୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ଜେଟଲୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ନବୀନ ଟୁଇଟର ଯୋଗେ ତାଙ୍କ ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଦେହାନ୍ତରେ ମୁଁ ୍ରଅତ୍ୟନ୍ତ ଦୁଃଖିତ । ସେ ଏକାଧାରରେ ଜଣେ ପ୍ରତିଷ୍ଠିତ ଆଇନଜୀବୀ, ସାଂସଦ ଓ ଆଦର୍ଶ ବ୍ୟକ୍ତି ଥିଲେ । ସରକାରରେ ତାଙ୍କର ବିଶିଷ୍ଠ ଅବଦାନ ରହିଥିଲା । ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।