ସୁବର୍ଣ୍ଣପୁର: ତରଭା ନିକଟସ୍ଥ ପୁଇଁନ୍ତଲା ବ୍ଲକ ଖଲିଆପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ୱାସିଉ ଉଦ୍ଦିନ ଖାନ ଓରଫ ଦଶନୁ (୭୪) ଙ୍କ ପରଲୋକରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତରେ ସରପଞ୍ଚ ପରିକ୍ଷୀତ ଶତପଥୀଙ୍କ ଅଧ୍ଯକ୍ଷତାରେ ରେ ଅନୁଷ୍ଠିତ ଶୋକ ସଭାରେ ପୂର୍ବତନ ସରପଞ୍ଚ ସ୍ଵାଧୀନ ଛନ୍ଦ, ଓମ୍ ପ୍ରକାଶ କୁମ୍ଭାର, ପ୍ରକାଶ କୁମ୍ଭାର, ବିରୋଧ ତାଣ୍ଡି, ହରି ନନ୍ଦ, ଯୁଗଲାଲ ନନ୍ଦ, ଦୟାସାଗର ମାହ ମାହାକୁର, ପଞ୍ଚମ ନନ୍ଦ, ରଞ୍ଜିତ ନାଏକ ପ୍ରମୁଖ ଯୋଗଦେଇ ପୂର୍ବତନ ସରପଞ୍ଚ ଶ୍ରୀ ଖାନଙ୍କ ସ୍ମୃତି ଚାରଣ କରିଥିଲେ। ତାଙ୍କ ସମୟରେ ଅଞ୍ଚଳର ଅନେକ ବିକାଶ ମୁଳକ କାର୍ଯ୍ୟ ହୋଇଥିଲା । ତାଙ୍କର ବିୟୋଗରେ ପଞ୍ଚାଯତ ଜଣେ ଟାଣୁଆ ନେତାଙ୍କୁ ହରାଇଲା ବୋଲି ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ।