ପୂର୍ବତନ ସୋନପୁର ବିଧାୟକ ଦେବରାଜ ସେଠଙ୍କ ବିୟୋଗରେ ଶୋକସଭା

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ତରଭା ବ୍ଲକ ଶିବତୁଲା ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ପୂର୍ବତନ ସୋନପୁର ବିଧାୟକ ଦେବରାଜ ସେଠ ବିୟୋଗରେ ସରପଞ୍ଚ ମୁକ୍ତା ନାଗଙ୍କ ଅଧ୍ଯକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ସେଠ୍ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ଵାଳ, ପୂର୍ବତନ ସରପଞ୍ଚ ଭରତଚନ୍ଦ୍ର ଡୋଳାମଣି ପ୍ରଧାନ, ପଙ୍କଜ ନାଗ, ନାଏବ ସରପଞ୍ଚ ପରିକ୍ଷ ସା, ଓକିଲ ଉମେଶ ନାଏକ, ପୂର୍ବତନ ସରପଞ୍ଚ ଉପେନ୍ଦ୍ର ନିଆଳି, ଶ୍ୟାମସୁନ୍ଦର ପଧାନ, ବିନୋଦ ନାଗ, ମହାଦେବ ପାଣ୍ଡେ କରିଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ୱାର୍ଡ୍ ସଭ୍ୟ/ ସଭ୍ୟା ଗ୍ରାମବାସୀ ଉପସ୍ଥିତ ଥିଲେ । ପଞ୍ଚାୟତ ଓ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସେଠଙ୍କ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟାଳୟ କର୍ମଚାରୀ ସହଯୋଗ କରିଥିଲେ ।