ସୋନପୁର: ପୂର୍ବତନ ପ୍ରଧାନ ମନ୍ତ୍ରୀ ଅର୍ଥନୀତିଜ୍ଞ ଡ.ମନମୋହନ ସିଂଙ୍କ ବିୟୋଗରେ ସୁବର୍ଣ୍ଣପୁର ଜିଲା କଂଗ୍ରେସ ପକ୍ଷରୁ କସ୍ତୁରୀ ହୋଟେଲ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଆରମ୍ଭରେ ଅମର ଆତ୍ମାର ସଦଗତି ନିମନ୍ତେ ଏକ ନିରବ ପ୍ରାର୍ଥନା କରାଯାଇଥିଲା I ସୋନପୁର ନଗର କଂଗ୍ରେସ ର ଯୁବନେତା ସୁଧୀର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋକସଭାରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ପ୍ରଦେଶ କଂଗ୍ରେସ ଉପସଭାପତି ଗୌରୀଶ୍ୟାମ ପଣ୍ଡା,କଂଗ୍ରେସ ନେତା ମାଧବ କୁମ୍ଭାର, ଜିତେନ୍ଦ୍ର ପଟ୍ଟନାୟକ, ସପ୍ତେଶ୍ବର ପୃଷ୍ଟି, ରଞ୍ଜିତ ରାୟ,ନିମାଇଁ ଚରଣ ପାଣିଗ୍ରାହୀ, ମହମ୍ମଦ ଇମ୍ରାନ ପ୍ରମୁଖ ଯୋଗ ଦେଇ ଜୀବନୀ ରାଜନୈତିକ ଜୀବନ ଉପରେ ବି ମନମୋହନ ସିଂଙ୍କ ଜୀ ବିସ୍ତୃତ ଆଲୋଚନା କରିଥିଲେ । କୃଷ୍ଣ ବାଗ, ଶେଷଦେବ ମେହେର, ରାଜେଶ ମିଶ୍ର, ଭରତ ସାହୁ, ସଚିତାନନ୍ଦ ସାହୁ, ପ୍ରିପବ୍ରତ ସାହୁ, ଶତୃଘ୍ନ ଅମାତ ଥିଲେ । ପ୍ରମୁଖଙ୍କ ସହ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l