(ରିପୋଟର୍ସ ଟୁଡେ, ନୁଆଦିଲ୍ଲୀ): ପିଓକେରେ ସ୍ଥିତି ବର୍ତ୍ତମାନ ଖରାପ ବୋଲି କହିଛନ୍ତି ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଗୋଟିଏ ପଟେ ଘାଟିରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜନଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ରାଜ୍ୟପାଳ ଏପରି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ଶନିବାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ‘ପିଓକେ’ ର ସ୍ଥିତି ବର୍ତ୍ତମାନ ଖରାପ ବୋଲି ସେ କହିଛନ୍ତି ।
ଜମ୍ମୁ-କାଶ୍ମୀରର ବିକାଶମୁଳକ କାମଗୁଡିକ ସମ୍ପର୍କରେ ସେ କହିଛନ୍ତି ଯେ, ଯେତେବେଳେ ରାଜ୍ୟପାଳ ଭାବେ ତାଙ୍କୁ ଦାୟୀତ୍ୱ ଦିଆଯାଇଥିଲା, ସେତେବେଳେ ଜମ୍ମୁ-କାଶ୍ମୀରକୁ ଏମିତି ଭାବେ ଗଢାଯାଉ ଯେପରି ପାକିସ୍ତାନ ଅଧିକୃତ କାଶ୍ମୀରରେ ବାସ କରୁଥିବା ଲୋକ ଏଠାକୁ ଆସିବାକୁ ପସନ୍ଦ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ପ୍ରଧାନମନ୍ତ୍ରୀ, କାଶ୍ମୀରର ଦ୍ରୁତ ବିକାଶ ଚାହାନ୍ତି ବୋଲି ସେ ଏହି ଅବସରରେ କହିଥିଲେ ।