ମୋହନା (ତ୍ରିପତି ବିଷୋୟୀରତ୍ନ) : ଗଜପତି ଜିଲ୍ଲା ମୋହନାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଖଣ୍ଡ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଆରଏସଏସ ଅଖିଳ ଭାରତୀୟ ସହ ଶାରୀରିକ ପ୍ରମୁଖ ଓକେ ମୋହନ ଯୋଗଦେଇ ସଂଘ ଶାଖା ମାଧ୍ୟମରେ ସମାଜ ପରିବର୍ତନ ହେଉଛି। ୧୦ ବର୍ଷ ମଧରେ ଅନେକ କିଛି ପରିବର୍ତନ ହୋଇଛି । ଦେଶରୁ ବିଦେଶୀ ଲିଗାସୀ ହଟାଯାଇ ଭାରତ ବର୍ଷର ମହାନ ଗାଥାକୁ ଗୁରୁତ୍ୱ ଦିଆଯାଇଛି । ଧିରେ ଧିରେ ଦେଶ ପରିବର୍ତନ ହେବା ସହ ସମାଜ ପରିବର୍ତ୍ତନ ହେଉଛି । ଏଥିପାଇଁ ସଂଘର ସ୍ୱୟଂସେବକ ଏହି ଲକ୍ଷରେ ଆଗକୁ ବଢ଼ିବା ଆହୁରି ଆବଶ୍ୟକ ବୋଲି ଶ୍ରୀ ମୋହନ କହିଛନ୍ତି । ମୋହନା ବ୍ଲକର ୭୫ ଟି ଗାଁରୁ ୩୪୬ ଜଣ ସ୍ୱୟଂସେବକ ଗଣବେଶ ପରିଧାନ କରି ଘୋଷବାଦ୍ୟ ସହ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରୁ ବାହାରି ନଗର ପରିକ୍ରମା ପରେ ହାଇସ୍କୁଲ ପଡିଆରେ ପହଁଚି ଥିଲେ । ସେଠାରେ ଖଣ୍ଡ କାର୍ଯ୍ୟବାହ ଯୋଗେନ୍ଦ୍ର ଦଳାଇ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଗ୍ରାମ୍ୟ ମୁଖ୍ୟ ପ୍ରତାପ ଚନ୍ଦ୍ର ପାତ୍ର, ଜନଜାତି ପ୍ରମୁଖ ରବୀନ୍ଦ୍ର ମଲ୍ଲିକ ଓ ବିଭାଗ କାର୍ଯ୍ୟବାହ ମନୋଜ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ ।