ବିଧାନସଭାରେ ଷଣ୍ଡ ଚିନ୍ତା : ଷଣ୍ଡ ମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ପଦକ୍ଷେପ ନେବେ ସରକାର

0

ବ୍ୟୁରୋ : ବିଧାନସଭାରେ ତାରାଙ୍କ ଷଣ୍ଢ ଚିନ୍ତା । ମନ୍ତ୍ରୀ କହିଲେ ସରକାର ବଢ଼େଇବେ ଷଣ୍ଢ ସଂଖ୍ୟା । ବର୍ତ୍ତମାନ ରାଜ୍ୟର ୩୦ ଟି ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି । ଉନ୍ନତ ମାନର ଷଣ୍ଢ ମାନଙ୍କର ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରାଯାଉଛି । ପୂର୍ବରୁ ରାଜ୍ୟରେ ୨ ଲକ୍ଷ ୬୩ ହଜାର ୮୫୦ ଷଣ୍ଢ ରହିଥିବା ବେଳେ ବର୍ତ୍ତମାନ ସେ ସଂଖ୍ୟା କମି ୨ ଲକ୍ଷ ୩୦ ହଜାର ୪୦୩ ରେ ପହଁଚିଛି । ତେଣୁ ରାଜ୍ୟରେ ଷଣ୍ଢ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ଉତ୍ତର ରଖିଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।