(ଆଦର୍ଶ ରାଉତ) ଭୁବନେଶ୍ୱର: ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ଏଥିନେଇ ସରକାର ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ କିଛି ରିହାତିର ବ୍ୟବସ୍ଥା କରିଥିବା ନେଇ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା କରିଛନ୍ତି । ଏହାକୁ ନେଇ ରାଜ୍ୟ ବିଜେଡି ଓ କଂଗ୍ରେସ କେନ୍ଦ୍ରର ଏପରି ନୀତିକୁ ସମାଲୋଚନା କରାଯାଇଛି । ଉଭୟ ଦଳ ପକ୍ଷରୁ କୁହାଯାଇଛି, ମାନ୍ଦାବସ୍ଥା କୌଣସି ଦିନକାର କଥା ନୁହେଁ । ଏହା ବର୍ଷ ବର୍ଷର ସ୍ଥିତିରୁ ଜଣାପଡେ । ନିର୍ବାଚନ ସମୟରେ ଏସମ୍ବନ୍ଧରେ କେନ୍ଦ୍ର କୌଣସି ସୂଚନା ଦେଇ ନ ଥିଲା । କିନ୍ତୁ ନିର୍ବାଚନ ପରେ ମାନ୍ଦାବସ୍ଥାକୁ ନେଇ ଚିନ୍ତା ପ୍ରକାଟ କରାଯାଉଛି ।
ଦେଶରେ ମାନ୍ଦାବସ୍ଥାକୁ ନେଇ ଅନେକ କମ୍ପାନୀ ହଜାର ହଜାର ସଂଖ୍ୟକ କର୍ମଚାରୀ ଛଟେଇ କରୁଛନ୍ତି । ଏପରି କରିବା ଦ୍ୱାରା ବେକାରି ସମସ୍ୟା ଉକ୍ରଟ ହେଉଛି । ତେଣୁ ଏ ଦିଗରେ କେନ୍ଦ୍ର ବିହିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଉଭୟ ଦଳ କହିଛନ୍ତି ।