ଉଦଳା/ଦୀପକ ମିଶ୍ର : କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ପକ୍ଷରୁ ଆଜି ସ୍ଥାନୀୟ ସନ୍ଧାନ ଗୃହ ପରିସରରେ ଏକ ବିଦାୟୀ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଆନନ୍ଦ ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ଯୋଗ ଦେଇ ପ୍ରେସ, ପୋଲିସ ଓ ପ୍ରଶାସନର ସଠିକ ସମନ୍ୱୟ ହିଁ ବସ୍ତାଵ ବିକାଶର ମାପକାଠି ।ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ ଗଣମାଧ୍ୟମ ହିଁ ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ର ସଜାଗ ପ୍ରହରୀ । ତେଣୁ ସହଯୋଗ ଓ ସମନ୍ୱୟ ହିଁ ବ୍ୟବସ୍ଥାକୁ ସଠିକ ମାର୍ଗ ରେ ନେଇଥାଏ । ସମ୍ମାନିତ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି , ଆଇନଜୀବୀ ବସନ୍ତ କୁମାର ପରିଡା ଯୋଗ ଦେଇ ଗଣମାଧ୍ୟମ ହିଁ ପୋଲିସ ଓ ପ୍ରଶାସନର ବନ୍ଧୁ ବୋଲି କହିଥିଲେ । ତେବେ ଉଦଳା ଥାନା ଅଧିକାରୀ ନିରୋଜ ସମାଲ ଓ ଖୁଣ୍ଟା ଥାନା ଆଇଆଇସି ଲୋପମୁଦ୍ରା ନାୟକଙ୍କୁ ମାନପତ୍ର , ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅଵସର ରେ ଦୁଇ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଙ୍କ ସହଯୋଗ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସଠିକ ଥିବା କହିଥିଲେ । ଏବଂ ପୋଲିସ ବ୍ୟତୀତ ଜଣେ ମଣିଷ ଭାବେ ସମ୍ପର୍କ କୁ ଗୁରୁତ୍ୱ ଦେଇ ସାମ୍ବାଦିକଙ୍କ ସହଯୋଗ ସବୁଦିନ ମନେ ରହିବ ବୋଲି କହିଥିଲେ । ଏହି ଅବସର ରେ ଅବସ୍ରପ୍ରାପ୍ତ ହାବିଲଦାର କାରୁ ରାମ ମୁର୍ମୁ ଙ୍କ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଖୁଣ୍ଟା , କପ୍ତି ପଦା ଓ ଗୋପବନ୍ଧୁ ନଗର ବ୍ଳକ ରୁ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।