ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର BJP ପକ୍ଷରୁ ରାଇରଙ୍ଗପୁର କଲ୍ୟାଣୀ ମଣ୍ଡପ ଠାରେ ଆଜି ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭା ରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ, ଯଶୀପୁର ନିର୍ବାଚନ ମଣ୍ଡଳୀ ଏବଂ ସାରସକଣା ନିର୍ବାଚନ ମଣ୍ଡଳୀରୁ ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ମାନେ ଆସି ଯୋଗ ଦେଇଥିଲି। ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଜଲେନ୍ ନାଏକ, କୃପାସିନ୍ଧୁ ମହାନ୍ତ, ନବୀନ ରାମ, ମନୋଜ ଦାସ (ବାପି ଭାଇ), ସଞ୍ଜୀବ ମହାନ୍ତି, ସୁରଥ କୁମାର ପଟ୍ଟନାୟକ,ବିକାଶ ମହାନ୍ତ, ପ୍ରଦୀପ ରାଉତ, ବିଜୁ ଗୋପାଲ ଗପ ଏବଂ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ, ମଣ୍ଡଳ ସଭାପତି ତଥା ନେତା, ନେତ୍ରୀ ଓ କର୍ମୀ ମାନେ ପୂର୍ବତନ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ। ମମତା ମହାନ୍ତ ରାଜ୍ୟ ସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡି ଦଳରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ ଏବଂ ତା ପରେ ସେ ବିଧିବଦ୍ଧ ଭାବେ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତା ଙ୍କ ଉପସ୍ଥିତିରେ ସେ ବିଜେପି ଦଳରେ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ ବିଜେଡି ଦଳରେ ତାଙ୍କୁ ଅଣ ଦେଖା କରାଯାଉ ଥିଲା ବୋଲି ଏବଂ ସାଂସଦ ପାଣ୍ଠି ସବୁ ତାଙ୍କ ଜିଲ୍ଲାର କାମରେ ନ ଲାଗି ସବୁ ବିଜେଡ଼ିର ପୂର୍ବତନ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅରଫ ବବି ଦାସଙ୍କ ନିର୍ବାଚନ ମଣ୍ଡଳୀ ଯାଜପୁର ଜିଲ୍ଲାରେ ସବୁ କାମ ହେଉଥିଲା। ତେଣୁ କରି ସେ ବିଜେଡି ଦଳ ଛାଡି ବିଜେପି ଦଳରେ ମିଶିଛନ୍ତି ବୋଲି ସେ କହିଛନ୍ତି।