ବଡାମତଳିଆ ହାଇସ୍କୁଲର ଟପର ଛାତ୍ର ହରେକୃଷ୍ଣ ବେହେରାଙ୍କୁ ସମ୍ବର୍ଦ୍ଧନା

0

ମୟୁରଭଞ୍ଜ-: ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ବଡାମତଳିଆ ହାଇସ୍କୁଲର ଛାତ୍ର ହରେକୃଷ୍ଣ ବେହେରା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୨୫ ମାର୍କ ରଖି ବିଜାତଳା ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତେଣୁ ଆଜି ବାଡାମତଳିଆ ହାଇସ୍କୁଲ ପରିସରରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଷିନୀ ମୋଦିଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି ଭାବେ ବିଜାତଳା ବିଇଓ ନେପଲ ମୁଣ୍ଡା ଯୋଗ ଦେଇ ହରେକୃଷ୍ଣଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ଜୟନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।