ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମ୍ମନୟ ପରିଷଦ ତରଫରୁ ବିଧାୟକ ନୀଳମାଧବ ହିକକାଙ୍କୁ ସମ୍ବର୍ଦ୍ଧନା
ବିଷମ କଟକ: ରାୟଗଡ଼ା ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା ଚଳିତ ନିର୍ବାଚନରେ ବିଧାୟକ ହୋଇ ଖୁପ୍ କମ୍ ଦିନରେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ତାଙ୍କର ଅକ୍ଲାନ୍ତ ପରିଶ୍ରମ ଜନ ସାଧାରଣ ଙ୍କ ସେବାରେ ନିଜର କାର୍ଯ୍ୟକାଳ ର ବହୁ ମୂଲ୍ୟବାନ ସମୟ ଦେଇ ନିର୍ବାଚନ ମଣ୍ଡଳୀରେ ସାଧାରଣ ଲୋକଙ୍କ ପ୍ରୀୟଭାଜନ ହୋଇପାରିଛନ୍ତି । ଆଜି ଭୁବନେଶ୍ଵର ର ରବିନ୍ଦ୍ର ମଣ୍ଡପ ଠାରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମ୍ମନୟ ପରିଷଦ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଧନା ଦିଆଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବିଧାୟକ ମାନେ ଉପସ୍ଥିତ ରହିଥିଲେ। ନିଜର ନିଷ୍ଠାପର ସରଳ ଜୀବନ ଶୈଳୀରେ ଲୋକଙ୍କ ସେବାରେ ନିୟୋଜିତ ଓ ତାଙ୍କର ଏହି ସମ୍ବର୍ଧନା ପାଇଥିବାରୁ ବିଷମ କଟକ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ବହୁତ ଖୁସି ପ୍ରକଟ କରିବା ସହ ଆଗମୀ ଦିନରେ ମାନନୀୟ ବିଧାୟକ ଙ୍କ ଲୋକଙ୍କ ସେବାରେ ଏହିଭଳି କର୍ଯ୍ୟ ଜାରି ରଖିବେ ବୋଲି ଓ ତାଙ୍କର ଏହି ସମ୍ବର୍ଧନା ପାଇଥିବାରୁ ଅଞ୍ଚଳ ବାସି ବହୁତ ଖୁସି ପ୍ରକଟ କରିଛନ୍ତି।