ପହିଲି ରଜରେ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

0

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ରାଜ୍ୟବାସୀଙ୍କୁ ଟ୍ବିଟର ଜରିଆରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପହିଲି ରଜରେ ପ୍ରଥମେ ଜଣାଇଲେ ଶୁଭେଚ୍ଛା । ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ ।ଏହି ପର୍ବ ସମାଜରେ ଆନନ୍ଦ,ଉତ୍ସାହ ଓ ଉଲ୍ଲାସ ଭରିଦେଉ । ଆହୁରି ମଧ୍ୟ ସେ ରାଜ୍ୟବାସୀଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ ବୋଲି କାମନା କରନ୍ତି ।ଚଳିତ ବର୍ଷ ରଜ ଖୁବ୍ ଆନନ୍ଦ ଉଲ୍ଲାସ ସହିତ ପୁରପଲ୍ଲୀରେ ପାଳନ କରାଯାଉଛି । ଦୀର୍ଘ ୨ବର୍ଷ ହେବ କୋଭିଡର କଳା ବାଦଲ ଭିତରେ ନିଶ୍ଚିହ୍ନ ହୋଇ ଯାଇଥିଲା ଏହି ଗଣପର୍ବ । ନା ଲାଗୁଥିଲା ତୋଟାରେ ଦୋଳି, ନା ବଣ୍ଟା ହେଉଥିଲା ରଜପାନ । ଗାଁର କୁଆଁରୀମାନେ ନା ସାହିପଡିଶା ବୁଲୁଥିଲେ, ନା ସଜବାଜ ହୋଇ ଦୋଳି ଖେଳୁଥିଲେ । ଅର୍ଥାତ୍ କହିବାକୁ ଗଲେ ରଜ ଏକ ପ୍ରକାର ଫିକା ପଡିଥିଲା । ତେଣୁ ଚଳିତ ବର୍ଷ ରଜକୁ ସବୁଠି ବେଶ ଉତ୍ସାହର ସହ ପାଳନ କରାଯାଉଛି ।ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ ଜରିଆରେ ପ୍ରଣବ ପ୍ରକାଶ କହିଛନ୍ତି, ଓଡ଼ିଶାର ଗଣପର୍ବ ହେଉଛି ରଜ । ନାରୀମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ଏହି ପର୍ବ ଆମ ଐତିହ୍ୟ ସମ୍ପନ୍ନ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ।ଏହା ସହିତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।