ଜାତୀୟ ପଞ୍ଚାୟତ ପୁରସ୍କାର ପାଇଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ

0

ଭୁବନେଶ୍ୱର: ଜାତୀୟ ପଞ୍ଚାୟତ ପୁରସ୍କାର ପାଇଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ   ।  ୨୦୨୨-୨୩ ବର୍ଷ ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ‘ଜାତୀୟ ପଞ୍ଚାୟତ ପୁରସ୍କାର’ ଅଧୀନରେ ପୁରସ୍କୃତ ହୋଇଥିବା ଓଡ଼ିଶାର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଗ୍ରାମାଞ୍ଚଳର ବିକାଶରେ ଓଡିଶା ସର୍ବଭାରତୀୟ ସ୍ତରରେ ନୂଆ ଉଦାହରଣ ସୃଷ୍ଟି କରିଛି, ଯାହା ଆମ ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଗ୍ରାମୀଣ ବିକାଶରେ ଆପଣମାନଙ୍କ ଉଦ୍ୟମ ପ୍ରଶଂସନୀୟ । ସମସ୍ତଙ୍କ ମିଳିତ ପ୍ରୟାସ ଓଡ଼ିଶାକୁ ବିକାଶର ନୂଆ ସୋପାନକୁ ନେବ ।