( ହରପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ) : ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପି. ସି. ସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ଓ ବିଜେପି ଦଳ ଚାଷୀଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଛନ୍ତି । ଚାଷୀଙ୍କ ବାସ୍ତବ ସମସ୍ୟାର ସମାଧାନ କରିବାକୁ ଭୂଲି ଯାଇଛନ୍ତି ବୋଲି ବୈଠକରେ ଆଲୋଚନା କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କେନ୍ଦ୍ର ସରକାର ମାତ୍ର ୬୫ ଟଙ୍କା ବୃଦ୍ଧି କରି ବାହାବାହା ନେଉଛନ୍ତି । ଉଭୟ ସରକାର ମରୁଡ଼ି ସ୍ଥାୟୀ ପ୍ରତିକାର ପାଇଁ ଚାଷୀଙ୍କୁ ତୁରନ୍ତ ସଅଳ କିସମ, ଚାଷୀ ପାଇଁ ସୁ ବ୍ୟବସ୍ଥା , ବିଧାନସଭା ଗୃହ କମିଟି ସଦସ୍ୟ ମାନେ ସମସ୍ତ ମରୁଡି ଜିଲ୍ଳାକୁ ଗସ୍ତ କରିବା ଅତ୍ୟନ୍ତ ଜରୁରୀ ବୋଲି ବିଭିନ୍ନ ଜିଲ୍ଳାରୁ ଆସିଥିବା ଚାଷୀ ପ୍ରତିନିଧି ମାନେ ବୈଠକରେ ମତବ୍ୟକ୍ତ କରିଥିଲେ । କିଷାନ କଂଗ୍ରେସ ପକ୍ଷରୁ ଅଗଷ୍ଟ ମାସ ୯ ତାରିଖରେ କ୍ରାନ୍ତି ଦିବସ ଠାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଚାଷୀ ଅଧିକାର ଯାତ୍ରା ଆରମ୍ଭ କରାଯିବ ବୋଲି ବୈଠକରେ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।