ବରିଷ୍ଠ କଂଗ୍ରେସ ନେତା ଶ୍ରୀଧର ସାହୁଙ୍କ ବିୟୋଗ

0

(ରିିପୋର୍ଟସ ଟୁଡ଼େ / ମୁତ୍ୟୃଞ୍ଜୟ ) : ଢେଙ୍କାନାଳ ମ୍ୟୁନିସିପାଲଟିର ପୂର୍ବତନ ଅଧ୍ୟକ୍ଷ , ଢେଙ୍କାନାଳ ଜିଲ୍ଳା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଧର ସାହୁଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଶୋକ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ସାହୁ କଂଗ୍ରେସ ଦଳର ଜଣେ ଟାଣୁଆ ସଂଗଠକ ଥିଲେ । ନିଜର ସାଙ୍ଗଠନିକ ଦକ୍ଷତା ବଳରେ ସେ ଢେଙ୍କାନାଳ ଦକ୍ଷତା ବଳରେ ସେ ଢେଙ୍କାନାଳ ମ୍ୟୁନିସିପାଲଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ନିଜ ଅଂଚଳର ବିକାଶ ଦିଗରେ ପ୍ରସଂଶନୀୟ କାର୍ଯ୍ୟ କରିଥିଲେ । ଦଳ ପକ୍ଷରୁ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି  ସେ ତାକୁ ଦକ୍ଷତାର ସହ ସମ୍ପାଦନ କରିଛନ୍ତି । ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶ୍ରୀ ପଟ୍ଟନାୟକ ଶୋକ ସନ୍ତପ ପରିବାର ବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି ।