ଆଜି ନବରଙ୍ଗପୁରରେ ଜଳୁଛି ନିଆଁ ,ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ

0

(ଟୁକୁନା ଖରା / ନବରଙ୍ଗପୁର ): ଡିସେମ୍ବର ୧୪ ତାରିଖରେ ନବରଙ୍ଗପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏଯାଏଁ ପୋଲିସର ହାତ ଖାଲି ପଡ଼ିଛି । ଖୁଲମଖୁଲା ବେଫିକର ହୋଇ ବୁଲୁଛନ୍ତି ଅଭିଯୁକ୍ତ । ତେବେ ଦୋଷୀକୁ ଶୀଘ୍ର ଗିରଫ ଦାବୀ ସହ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି ।
ବିଲ ମଝିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ପରେ ପୋଲିସ ଏଯାଏଁ ଦୋଷୀକୁ ଗିରଫ କରି ପାରିନାହିଁ । ତଦନ୍ତ ତା ବାଟରେ ଚାଲିଛି, ଖୁଲମଖୁଲା ବୁଲୁଛନ୍ତି ଦୋଷୀ । ପୋଲିସ କୁନ୍ଦୁଲି ମାମଲା ଭଳି ଏହି ଘଟଣାକୁ ମଧ୍ୟ ଲଚାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ ପୂର୍ବତନ ସାଂସଦ ତଥା ପିସିସିର ପୂବତ୍ନ କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଡାକରାରେ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ଆଜି ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ କାର୍ୟ୍ୟାଳୟ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ି ଅଟକି ରହିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୋକାନବଜାର ମଧ୍ୟ ବନ୍ଦ ରହିଛି । ଏହି ଘଟଣାରେ ପୋଲିସ ଖୁବଶୀଘ୍ର ତଦନ୍ତ କରି ଦୋଷୀକୁ ଗିରଫ ନ କଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।