କଟକ/ଜଗନ୍ନାଥ ମହାନ୍ତି : ସେଞ୍ଚୁରି ପାର କରିଛି ତୈଳ ଦର । ଏନେଇ କଂଗ୍ରେସ ଭିଡ଼ିଚି ଅଣ୍ଟା । ଆସନ୍ତାକାଲି ଠୁ ୧୭ ତାରିଖ ପର୍ୟ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଗର୍ଜିବ କଂଗ୍ରେସ । ଲୋକଙ୍କ ହିତ ପାଇଁ ସରକାର ଗଠନ ହୁଏ। ଲୋକଙ୍କ ଅସୁବିଧା ପାଇଁ ନୁହେଁ । ତେବେ ଯେଉଁ ମାତ୍ରାରେ ତୈଳ ଦର ବୃଦ୍ଧି ପାଇଛି ତାହା ସବୁ ଦିଗରୁ ସମାଜ ଉପରେ ପକାଇଛି ପ୍ରଭାବ । ଯେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା ସେତେବେଳେ କେଉଁ ମାତ୍ରରେ ତୈଳ ଦର ବୃଦ୍ଧି ହେଉଥିଲା ତାହା ଲୋକ ଜାଣିଛନ୍ତି । କିନ୍ତୁ ବର୍ତ୍ତମାନ ଯେଉଁ ସରକାର ଗାଦିରେ ଅଛନ୍ତି ସେମାନଙ୍କ ଲୋକଙ୍କ ପ୍ରତି ଅହିତ ପଣିଆ ସ୍ୱତ୍ୱ ବାରି ହୋଇ ପଡୁଛି ।ତେବେ ଏହି ଆନ୍ଦୋଳନ ତୀବ୍ର ହେବ ଓ ସରକାର ମିଳିବ ଉଚିତ ଜବାବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।