କନ୍ଧମାଳ/ ବନବାସୀ ପ୍ରଧାନ: ଆଜି ଜାତୀୟ କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ବ୍ଳକ ସମୁଖରେ ଧାରଣା ଓ ପ୍ରତିବାଦ କରିଯାଇଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟ ସରକାରଙ୍କ ପେଟ୍ରୋଲ, ଡିଜେଲ ଦର ଆହେତୁକ ବୃଦ୍ଧି ପାଇବା ଓ ଶହେ ସଂଖ୍ୟା ପାର ହେବା ପ୍ରତିବାଦରେ ଏହି ଧାରଣା ଦେଇଥିବା କଂଗ୍ରେସ ନେତାମାନେ ପ୍ରକାଶ କରିଛନ୍ତି । ଆଗାମି ଦିନରେ ସାଇକେଲ ରାଲି ମାଧ୍ୟମରେ ମଧ୍ୟ ପ୍ରତିବାଦ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସର ନେତାମାନେ । ଏହି ଧାରଣା ସ୍ଥଳରେ ବାଲିଗୁଡା ନିର୍ବାଚନ ମଣ୍ଡଳିର କଂଗ୍ରେସର ଏମପି ପ୍ରାଥୀ ମନୋଜ ଆଚାଯ୍ୟ, ବ୍ଳକ ଅଧ୍ୟକ୍ଷ, ନଗର ସଭାପତି ସପ୍ନେଶ୍ବର ସାହୁ, ଆଇବ୍ରୋ,ଶିବପ୍ରଧାନି ସମେତ କଂଗ୍ରେସ କର୍ମି ଧାରଣାରେ ବସିଥିଲେ । କୋଭିଡି ନିୟମକୁ ପାଳନ କରି ଏହି ଧାରଣା,ପ୍ରତିବାଦ ଚାଲିଥିବା କହିଛନ୍ତି କଂଗ୍ରେସର ବରିଷ୍ଟ ନେତା ମନୋଜ ଆଚାଯ୍ୟ ।