ଭୁବନେଶ୍ୱର : ବିଧାନସଭା ପବିତ୍ର ଗୃହ ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା ସେଠି ନିଜର ରାଜନୈତିକ ସ୍ୱାର୍ଥ କୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି। ୭ ମାର୍ଚ୍ଚ ରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି । ଯାହା କି ବିଧାନସଭା ପରମ୍ପରା ରେ କେବେ ବି ଗ୍ରହଣୀୟ ନୁହେଁ । ଯେତେବେଳେ ଏହା ଅଶହଣିୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକ ଙ୍କୁ ବାଚସ୍ପତି ନିଜ ର ଅନିଚ୍ଛା ସତେ ନିଲମ୍ବନ କଲେ । ଆଶା କରାଯାଉ ଥିଲା ଯେ ତାହା ପରେ କଂଗ୍ରେସ ବିଧାୟକ ମାନେ ନିଜ ଆଚରଣ ଉଚ୍ଚାରଣ ରେ ପରିବର୍ତ୍ତନ ଆଣିବେ । ବିଧାନସଭା ନ ଚଳେଇ ଦେବାକୁ କଂଗ୍ରେସ କୁ ଦିଲ୍ଲୀରୁ ଆସିଛି ନିର୍ଦେଶ କଂଗ୍ରେସ ଦଳ ନିଜର ଅସ୍ତିତ୍ବ ବଞ୍ଚେଇବା ପାଇଁ ୨୭ ତାରିଖରେ ଆନ୍ଦୋଳନ ର ଡାକରା ଦେଇଛି । ବୁଡି ଯାଇଥିବା ଡ଼ଙ୍ଗା କୁ ବଞ୍ଚେଇବା କୁ ଉଦ୍ୟମ କରୁଛି । ଦିଲ୍ଲୀ ରୁ ନିର୍ଦ୍ଦେଶ ଆସିଛି ୨୭ ତାରିଖ ପର୍ଯ୍ୟନ୍ତ ଗୃହ କୁ ଚଳେଇ ଦିଅ ନାହିଁ । ତାର ଅର୍ଥ ନୁହେଁ ଓଡ଼ିଶାର ସ୍ୱାର୍ଥ କୁ ପ୍ରତିହତ କରିବ ବିକାଶ କୁ ହତ୍ୟା କରିବ । ଏଥିପାଇଁ ଭଗବାନ କେବେ ବି କ୍ଷମା ଦେବେନି ।
ବିଧାନସଭା ରେ ଗୁଣ୍ଡା ରାଜ କରିବା, କଦର୍ଯ୍ୟ ଭାଷା ବ୍ୟବହାର କରିବା, ଘଣ୍ଟ ଘଣ୍ଟା ବଜେଇବା ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ । ଏହି ଆଚରଣ ପାଇଁ କଂଗ୍ରେସ କୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ । ଅନ୍ଧୁଣି ଦୁଷ୍କମ ଛବିରାଣୀ, ଅଞ୍ଜନା ମିଶ୍ର ଘଟଣା ସାମ୍ନା କୁ ଆସିଥିଲା । ମହିଳା ଙ୍କ ଉପରେ ପାସବିକ ଅତ୍ୟାଚାର କରିଛନ୍ତି । ମହିଳା ଙ୍କୁ ମୃତ୍ୟୁ ର ଦ୍ୱାର ଦେଖାଇ ଦେଇଛନ୍ତି । କିନ୍ତୁ ଆମ ସରକାର ସଚେତନ ଅଛନ୍ତି । ନିଜର ରାଜନୈତିକ ଅସ୍ତିତ୍ବ ବଞ୍ଚେଇବା ଓଡ଼ିଶାର ଲୋକଙ୍କ ସ୍ୱାର୍ଥ କୁ ହନନ କରୁଛ କଂଗ୍ରେସ। ଆମେ ସ୍ପଷ୍ଟ ଭାବେ କହିଛୁ ଆଲୋଚନା କୁ ଆସନ୍ତୁ । କିନ୍ତୁ ଆଲୋଚନା କୁ ନ ଆସି ବାହାରେ ପ୍ରହସନ କରୁଛନ୍ତି ।
ଗୃହ କମିଟି ଯେଉଁ ଦାବି କରୁଛି କଂଗ୍ରେସ ସେଥିରେ କୌଣସି ଯୌକ୍ତିକତା ନାହିଁ । ବିଧାନସଭା ର ରୂଲ ଆଣ୍ଡ ପ୍ରୋସିଜିୟର କହୁଛି କୌଣସି ନିର୍ଦ୍ଦିଷ୍ଟ ଘଟଣା ରେ ଗୃହ କମିଟି ଗଠନ କରାଯାଏ । କିନ୍ତୁ ସାମଗ୍ରିକ ଘଟଣା କୁ ନେଇ ଗୃହ କମିଟି ଗଠନ କରାଯାଏ ନାହିଁ । ଯାହା କି କଂଗ୍ରେସର ସଦସ୍ୟ ମାନେ ଭଲ ଭାବେ ଜାଣିଛନ୍ତି । କେବଳ ଅଛିଣ୍ଡା ଅଙ୍କ କଥା କହି ଗୃହ କୁ ୱାସ୍ ଆଉଟ କରିବାକୁ ପରିକଳ୍ପନା କରିଛି କଂଗ୍ରେସ । ବିରୋଧୀ ଉତ୍ତର ଚାହୁଁହଛି ଆମେ ଉତ୍ତର ଦେବୁ । ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ । ବିରୋଧୀ ଦଳ କେବେ ବି ମୁଖ୍ୟମନ୍ତ୍ରୀ ବିବୃତି ଦାବି କରି ନାହାନ୍ତି କିନ୍ତୁ ତା ମାନେ ନୁହେଁ ଯେ ଉତ୍ତର ବାହାରେ ମାଗିବେ ବିଧାନସଭା ରେ ଗଣ୍ଡଗୋଳ କରିବେ ତାକୁ ଗ୍ରହଣ କରାଯିବ ।
କଂଗ୍ରେସ କୁ ଛତ୍ର ଛାୟା ତଳେ ଘୋଡେଇ କି ରଖିଛି ପ୍ରମୁଖ ବିରୋଧୀ ଦଳ । ଭାବ ଦୋସ୍ତି ରେ ସାମିଲ ଅଛନ୍ତି । ତାଙ୍କ ସମୟ ରେ ଇତିଶ୍ରୀ ବେବିନା ପରି ପିହୁ ସ୍ମିତାରଣୀ ଭଳି ମହିଳା ଅପରାଧ କଥା କହିଲେ ତାଙ୍କ ପିଏଚଡ଼ି ହେବ । ତତ୍କାଳୀନ ସରକାର ବେଳେ ପୋଲିସ ବିଭାଗ କୁ ବଡ଼ ଅବହେଳିତ କରି ରଖା ଯାଇଥିଲା । ୧୬ ହଜାର ପଦବୀ ଖାଲି ପଡିଥିଲା । ମିଛ କେସ ଲଗେଇ ଆମ କର୍ମୀ କୁ ଗିରଫ କରୁଥିଲେ । ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ ହେଉ ଥିଲା । ଅଭିଯୁକ୍ତ କୁ ଗିରଫ କରିବା ପାଇଁ ତୃତୀୟ ମହଲା ରୁ ଅନୁମୋଦନ ନେବାକୁ ପଡୁଥିଲା । ଏଭଳି କ୍ଷେତ୍ରରେ ବିଜେଡି ଆଇନଶୃଙ୍ଖଳା କଥା କହିବା ଲଙ୍କା ରେ ହରି ଶବ୍ଦ ଭଳି । ପ୍ରତିଦିନ ବିଧାନସଭା ଚଲେଇବାକୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ ବାହାର ସୁରକ୍ଷା ବ୍ୟବସ୍ଥା କୁ ମିଶଇଲେ ଦିନକୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଗୃହ ରେ ବିଶୃଙ୍ଖଳା ସୃଷ୍ଟି କରି ଲୋକଙ୍କ ଟଙ୍କା କୁ କଂଗ୍ରେସ ବରବାଦ କରୁଛି ।