ଟ୍ରେନରେ ଯାତ୍ରା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି

0

ବ୍ୟୁରୋ : ଟ୍ରେନରେ ଯାତ୍ରା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ରାୟପୁରକୁ ଏକ ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି କରିଛନ୍ତି ରାହୁଲ। ସେ ଆଜି ଛତିଶଗଡ଼ର ବିଳାସପୁରରେ ଏକ କାର୍ୟ୍ୟକ୍ରମରେ ଉଦ୍ବୋଧନ ଦେବାପରେ ସେଠାରୁ ରାୟପୁରକୁ ଏକ ଟ୍ରେନରେ ଯାତ୍ରା କରିଥିବା ଦେଖିବାକୁ ମିଳିଛି । ରାହୁଲ ବିଳାସପୁରରୁ ଏକ ଇଣ୍ଟରସିଟି ଟ୍ରେନ୍ର ସାଧାରଣ ବଗିରେ ବସି ଯାତ୍ରୀମାନଙ୍କ ସହ ଯାତ୍ରା କରିଛନ୍ତି । ଏବଂ ଏହି ସମୟରେ ସେ ସହଯାତ୍ରୀଙ୍କ ସହ କଥା ମଧ୍ୟ ହୋଇଛନ୍ତି। ଏହି ସମୟରେ ରାହୁଲଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦଳର ରାଜ୍ୟ ପ୍ରଭାରୀ କୁମାରୀ ସେଲଜା ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବୈଜ ଓ ଅନ୍ୟମାନେ ଟ୍ରେନ୍ରେ ଯାତ୍ରା କରିଥିବା ଦେଖିବାକୁ ମିଳିଛି। ଯାହାର ଏକ ଫଟୋ କଂଗ୍ରେସ ପକ୍ଷରୁ ସେୟାର କରାଯାଇଛି।