ଭାରତ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଚିଠିରେ ସେ ୯ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ ଏହି ଚିଠି ବାବଦରେ କହିଛନ୍ତି କି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ କହିଛନ୍ତି ଗତ ମୌସୁମୀ ଅଧିବେଶନରେ ବିରୋଧୀଦଳ ଯେଉଁ ପ୍ରସଙ୍ଗ ଉଠାଇଥିଲେ ସ୍ୱତନ୍ତ୍ର ଅଧିବେଶନରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇବେ। ବିଶେଷ ଅଧିବେଶନ ପୂର୍ବରୁ ସରକାର ବିରୋଧୀଦଳମାନଙ୍କ ସହ ଆଲୋଚନା କରିନାହାଁନ୍ତି । ସୋନିଆ ଗାନ୍ଧୀ ତାଙ୍କ ଚିଠିରେ ଲେଖିଛନ୍ତି, “ଆପଣ ୧୮ସେପ୍ଟେମ୍ବର, ୨୦୨୩ ରୁ ସଂସଦର ଏକ ସ୍ୱତନ୍ତ୍ର ୫ ଦିନିଆ ଅଧିବେଶନ ଡକାଇଛନ୍ତି। ଏହାର ଏଜେଣ୍ଡା ବିଷୟରେ ଆମର କାହାରି ଧାରଣା ନାହିଁ। ” ଏବଂ ସରକାର ନିଜ ଇଚ୍ଛାରେ ଏହି ବୈଠକ ଡାକିଛନ୍ତି । ସୋନିଆ ଗାନ୍ଧୀ ଏହି ଚଠି ଲେଖିବା ଆଗରୁ ବିରୋଧୀ ମେଣ୍ଟ ମଙ୍ଗଳବାର ଦିନ ସରକାରଙ୍କ ବିଶେଷ ଅଧିବେଶନର ଏଜେଣ୍ଡା କଣ ତାହା ସାର୍ବଜନୀନ କରିବାକୁ ଦାବି କରିଥିଲେ । ଏହା ସହ ବିରୋଧୀ ମେଣ୍ଟ କହିଛି କି ଯଦି ଏକ ଶୃଙ୍ଖଳିତ ଅଧିବେଶନ ସରକାର ଚାହୁଁଛନ୍ତି ତେବେ ବେରୋଜଗାରୀ ଓ ଦରବୃଦ୍ଧି ଉପରେ ସରକାର ସଂସଦରେ ଆଲୋଚନା କରନ୍ତୁ । ଏହାସହ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଣ ପ୍ରସଙ୍ଗ ରହିବ ତାହାକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ଏବଂ ବିରୋଧୀମାନେ ନିଶ୍ଚିତ ଭାବେ ଆଗାମୀ ଅଧିବେଶନରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି । କାରଣ ଏହା ଆମକୁ ଜନସାଧାରଣଙ୍କ ଚିନ୍ତା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦେବ ଜ୍ଝ ମୁଁ ଆନ୍ତରିକତାର ସହ ଆଶା କରୁଛି ଯେ ଏହି ପ୍ରସଙ୍ଗରେ ଆଲୋଚନା ଏବଂ ବିତର୍କ ପାଇଁ ଉପଯୁକ୍ତ ନିୟମ ଅନୁଯାୟୀ ସମୟ ବଣ୍ଟନ କରାଯିବ। ”