ସରକାର ଟାର୍ଗେଟରେ କଂଗ୍ରେସ ନେତା: ସ୍ୱାମୀ

0

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: କଂଗ୍ରେସ ନେତା ପି.ଚିଦାମ୍ୱରମଙ୍କ ଗିରଫଦାରୀ ଉପରେ ବିଜେପି ନେତା ସୁବ୍ରମଣ୍୍ୟମ ସ୍ୱାମୀ କହିଛନ୍ତି, ଯେ ସରକାରଙ୍କ ଟାର୍ଗେଟରେ କଂଗ୍ରେସ ନେତା । ସୋନିଆ ଗାନ୍ଧୀ, ଶଶି ଥରରୁ, ହୁଡ୍ଡା ପ୍ରମୁଖ ଜାମିନରେ ଅଛନ୍ତି । ପ୍ରଥମେ ସୋନିଆ ଗାନ୍ଧୀଙ୍କୁ ଜେଲ ପଠାଯିବା ଦରକାର । ସେହିପରେ ପାକିସ୍ତାନ ପ୍ରସଙ୍ଗରେ ସେ କହିଛନ୍ତି ପାକିସ୍ତାନକୁ ଚାରି ଖଣ୍ଡ କରିବା ଦରକାର । ଏକ ମାନବାଧିକାର ସେଣ୍ଟର କରିବା ଦରକାର ଯାହା ଦ୍ୱାରା ବାଚୁଲିସ୍ତାନ ଏବଂ ସିନ୍ଧରେ ହେଉଥିବା ମାନବାଧିକାର ଖନନର ରିପୋର୍ଟ ରଖାଯିବା ଦରକାର ।
ଦେଶର ବର୍ତ୍ତମାନର ଅର୍ଥବ୍ୟବସ୍ଥା ଉପରେ ସ୍ୱାମୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜଡା ଥିଲେ ଏବଂ ଜଣେ ଅଶିକ୍ଷିତ ମହିଳାଙ୍କ ଆଗରେ ମୁଣ୍ଡ ଲୁହାଁଉଥିଲେ, ଏଥିପାଇଁ ତାଙ୍କ ଜ୍ଞାନର କୌଣସି କିଛି ମୂଲ୍ୟ ନାହିଁ । ଅନ୍ୟପଟେ ସୀତାରମଣଙ୍କ ବିଷୟ କେବେ ବି ଅର୍ଥଶାସ୍ତ୍ର ନଥିଲା ଏଥିପାଇଁ ମାନ୍ଦାବସ୍ଥା ପାଇଁ ତାଙ୍କର କୌଣସି ଭୁଲ ନାହିଁ ।