ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ଆଜି ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ସ୍ଥିତ ଝଗିଡି ପଞ୍ଚାୟତ ର ଉର୍ଲାଯୋଡ଼ି ଠାରୁ କଂଗ୍ରେସ ର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ପିସିସି ସଭାପତି ଶରତ ପଟନାୟକ ଙ୍କ ନିର୍ଦେଶ କ୍ରମେ ବିଷମକଟକ ବିଧାୟକ ପ୍ରାର୍ଥୀ ନୀଳ ମାଧବ ହିକକା ନିଜ ନିର୍ବାଚନ ମଣ୍ଡଳୀ ର ଉର୍ଲାଯୋଡ଼ି, ଝିଗିଡି ଗ୍ରାମ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି I ଅକ୍ଟୋବର ପନ୍ଦର ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖୀଥିବା ସହ ଉଭୟ ବିଜେଡି ଓ ବିଜେପି ର ଅସଲ ଚିତ୍ର ଲୋକଙ୍କ ଆଗରେ ରଖିବାକୁ ଚେଷ୍ଟା କରିବ I ଏଥି କାର୍ଯ୍ୟକ୍ରମ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ମାଧ୍ୟମରେ ଦଳ ନିଜର ନର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଥିବା କୁହାଯାଉଛି I