ପ୍ରଶ୍ନ ଉତ୍ତର କାଳ ଆରମ୍ଭ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ଧାରଣା

0

ଭୁବନେଶ୍ୱର: ନଅ ମାସର ସରକାରରେ ନାରୀ ଅସୁରକ୍ଷିତ। ଏହା ବିରୋଧରେ ପ୍ରଶ୍ନ ଉତ୍ତର କାଳ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଦଳ ଧାରଣା ଦେଇଛନ୍ତି। 1600 ମହିଳା ନିଖୋଜ, ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଧର୍ଷଣ ବଢୁଛି।  ସରକାରର କୌଣସି ଯୋଜନା ନାହଁ କି ଆଇନ ନାହିଁ ନାରୀ ସୁରକ୍ଷା ପାଇଁ ସରକାର ମହିଳା କି ଶିଶୁଙ୍କୁ ସୁରକ୍ଷା ଦେଇଛନ୍ତି। ତେଣୁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଆଜି ଓଡ଼ିଶା କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇଛି ଓ ଆଗକୁ ବି ଓଲ୍ହାଇବ।