ବିରୋଧୀଙ୍କ ହଟ୍ଟଗୋଳ ନେଇ ଉପ ବାଚସ୍ପତିଙ୍କ ନିର୍ଦ୍ଦେଶ। ଲଗାତାର ଭାବେ ବିରୋଧୀ ଦଳର ବିଧାୟକ ମାନେ ଗୃହ କାର୍ୟ୍ୟରେ ବାଧା ସୃଷ୍ଟି କରୁଛନ୍ତି। ପ୍ଲାକାର୍ଡ, ଡଷସଗ୍ଦଗ୍ଧକ୍ଷର, ବଂଶୀ, ଘଣ୍ଟ ଘଣ୍ଟା ବଜାଉ ଛନ୍ତି। ଏହା ଅଶୋଭନୀୟ ଆଚରଣ। ଗୃହ କାର୍ୟ୍ୟ ଚାଲିପାରୁନାହିଁ। ୧୦ ମାର୍ଚ୍ଚ, ୧୩ ମାର୍ଚ୍ଚ ଓ ୨୪ ମାର୍ଚ୍ଚ ରେ ସର୍ବଦଳୀୟ ବୈଠକ ଡାକି ବିରୋଧୀ ସଦସ୍ୟ ଙ୍କୁ ବୁଝା ଯାଇଥିଲେ ବି ସେମାନେ ସହଯୋଗ କରୁନାହାଁନ୍ତି। ଯାହାକି ଦୁଃଖ ଦାୟକ। ଆମ ସମସ୍ତଙ୍କ ଦାୟିତ୍ଵ ବୋଧ ରହିବା ଦରକାର ଗୃହ କାର୍ୟ୍ୟ ଚଳାଇବା ପାଇଁମ ଏସବୁ ବିଶୃଙ୍ଖଳିତ ଆଚରଣରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଲେ ଉପ ବାଚସ୍ପତି ଭବାନୀ ସଂକର ଭୋଇ। ଅସନ୍ତୁଷ୍ଟ ହୋଇ କକ୍ଷ ତ୍ୟାଗ କଲେ ହଟ୍ଟଗୋଳ କରୁଥିବା କଂଗ୍ରେସ ବିଧାୟକ।