ନୂଆ ଦିଲ୍ଲୀ: ଆରମ୍ଭ ହୋଇଯାଇଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ଏହା ଆଜି ତୃତୀୟ ଦିନରେ ନାଗାଲାଣ୍ଡର କୋହିମାରେ ପହଞ୍ଚିଛି । ସେଠାରେ ଲୋକେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରୁଥିବା ବେଳେ ରାହୁଲ ଗାନ୍ଧୀ ମଧ୍ୟ ସେମାନଙ୍କ ସହ ହତ ମିଳାଉ ଥିବାର ଭିଡିଓ ଦେଖିବାକୁ ମିଳୁଛି । ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି, ଗତ ବର୍ଷ ଆମେ ଦେଶ,ବିଭିନ୍ନ ସଂସ୍କୃତି, ଭିନ୍ନ ଧର୍ମ,ବିଭିନ୍ନ ଭାଷାକୁ ଏକାଠି କରିବା ପାଇଁ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ୟ୍ୟନ୍ତ ଏକ ଯାତ୍ରା କରିଥିଲୁ। ଏହାପରେ ଆମେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବା ପାଇଁ ଚିନ୍ତା କରି ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଛୁ। ଏହି ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।