ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ;  ପୁଣିଥରେ ଅସୁସ୍ଥ ହୋଇପଡିଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଦୀ । ତାଙ୍କ ସ୍ବାସ୍ଥ୍ୟବସ୍ଥ ଖରାପ ହେବା ପରେ ତାଙ୍କୁ ରବିବାର ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପେଟ ସମସ୍ୟାରେ ପୀଡିତ ହେବା ପରେ ତାଙ୍କୁ ହସ୍ପିଟାଲରେ ବର୍ତ୍ତି କରାଯାଇଥିବାର ସୂଚନା ମିଳିଛି । କିଛି ଦିନ ପୂର୍ବରୁ ହିମାଚଳ ପ୍ରଦେଶରେ ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ସେହି ସମୟରେ ତାଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜକୁ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ଏକ ଦଳ ତାଙ୍କର ନିୟମିତ ଯାଞ୍ଚ କରିଥିଲେ, ଯାହା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ, ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଥର ଚିନ୍ତା ପ୍ରକାଶ ପାଇଛି।

ଏହା ବ୍ୟତୀତ ଫେବୃଆରୀ ମାସରେ ମଧ୍ଯ ପେଟ ସମସ୍ୟା ଯୋଗୁଁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁନ୍ ୯ ତାରିଖରେ ସୋନିଆ ଗାନ୍ଧୀଙ୍କର ସାର୍ ଗଙ୍ଗା ରାମ ହସ୍ପିଟାଲ (SGRH)ରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ୨୦୨୨ ମସିହାରେ ମଧ୍ୟ ତାଙ୍କୁ ଦୁଇଥର ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟ ମଧ୍ୟରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଏବଂ ଭାଇରାଲ୍ ଜ୍ୱର ଏବଂ ଏବଂ ପରେ କରୋନା ସଂକ୍ରମଣ ପରେ ହସ୍ପିଟାଲକୁ ଅଣାଯାଇଥିଲା।