ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ବାଦାମ ପାହାଡ଼ରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା

0

 ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ଓଡିଶାରେ ଅତ୍ୟାଚାରିତା, ଧର୍ଷତା, ବ୍ଯଭିଚାରିତା,  ନିର୍ଯାତିତା  ଓ ହତ୍ୟା ହୋଇଥିବା ମହିଳାଙ୍କ ପାଇଁ ରାଜ୍ୟ କଂଗ୍ରେସ ଦଳର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା କରାଯାଇଛି । ଏହି ପରିପ୍ରେକ୍ଷୀରେ ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁମି ବ୍ଳକର ବାଦାମପାହାଡଠାରେ କଂଗ୍ରେସ ଦଳ ତରଫରୁ ବିଶିଷ୍ଟ କଂଗ୍ରେସ ନେତା ବିପ୍ଳବ ଚରଣ ବାରିକଙ୍କ ନେତୃତ୍ୱରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆଜି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।ନାରୀ ମାନଙ୍କୁ ନ୍ୟାୟ ପାଇଁ କୁସୁମି  ବ୍ଳକ  କଂଗ୍ରେସ  ଦଳ ପକ୍ଷରୁ ଦଳୀୟ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାଦାମ ପାହାଡ଼ ବଜାର ପରିକ୍ରମା କରି  ୬୦ ହଜାର  ନିଖୋଜ ମହିଳାଙ୍କୁ ଠାବ କରିବାରେ ରାଜ୍ୟ ସରକାର ବିଫଳ ସୋଇଥିବା ନାରା ସହିତ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ସ୍ଳୋଗାନ ଦେଇଥିଲେ ।ଓଡ଼ିଶାରେ ଦିନକୁ ଦିନ ନାରୀ ନିର୍ଯାତନା ବଢ଼ି ଚାଲିଛି । ତେଣୁ ସେମାନଙ୍କ ପାଇଁ ସୁରକ୍ଷା ଆଇନ କଡ଼ା କରାଯାଉ ବୋଲି ଦାବି କରିଥିଲେ । ଏହି ରାଲିରେ ଯୁବ ନେତା ଅମିତାଭ ମହାନ୍ତି,ସେକ୍ ସବିନୟ,ବୁଲୁ ମହାନ୍ତ ଏବଂ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ।