(ଅନୁସ୍ୱୟା)ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ପିସିସି ସଭାପତି ପଦକୁ ନେଇ କନ୍ଦଳ ଆରମ୍ଭ ହୋଇଯାଇଛି । ରାଜ୍ୟରେ କଂଗ୍ରେସ ନିଶ୍ଚିହ୍ନ ହେବାକୁ ବସିଥିଲା ବେଳେ ଏବେ ପିସିସି ଆସନ ଟଳମଳ ହୋଇଛି । ନିରଞ୍ଜନ ବିରୋଧୀଙ୍କ ମେଳି ପରେ ଏବେ ସମର୍ଥକଙ୍କ ମେଳି । ନିରଞ୍ଜନଙ୍କ ବିରୋଧରେ ବିରୋଧୀ ମେଳି ବାନ୍ଧିଥିବା ବେଳେ ଏବେ ସମର୍ଥକଙ୍କ ମେଳିର ପାଳି ଆସିଛି । ଆଜି ଭୁବନେଶ୍ୱରର ଏକ ହୋଟେଲରେ ଆଜି ନିରଞ୍ଜନ ସମର୍ଥକମାନେ ଏକାଠି ହୋଇ ବୈଠକ କରିଛନ୍ତି । ଏହି ବୈଠକରେ ବିଭିନ୍ନ ଜିଲ୍ଲାର ସଭାପତି ସହ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।
କିଛି ଦିନ ପୂର୍ବରୁ ନିରଞ୍ଜନଙ୍କ ବିରୋଧୀ ଗୋଷ୍ଠୀ ମେଳି ହୋଇଥିଲା । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇ ମୋକିମଙ୍କୁ ସଭାପତି କରିବାକୁ ଏହି ବରୋଧୀ ମେଳି ଦାବୀ କରିଥିଲେ । ପିସିସି ସଭାପତି ଆସନ ପାଇଁ ମୋକିମଙ୍କ ନାରେ ସୋନିଆଙ୍କୁ ସୁପାରିଶ କରାଯିବ ବୋଲି ନିଷ୍ପତି ହୋଇଥିଲା ।
କିନ୍ତୁ ଏ ନେଇ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି ଓଡିଶା ପ୍ରଭାରି ଜିତେନ୍ଦ୍ର ସିଂହ । ଜିତେନ୍ଦ୍ର କହିଛନ୍ତି ଯେ, ନିରଞ୍ଜନ ପଟ୍ଟନାୟକ ହିଁ ବର୍ତ୍ତମାନ ପିସିସ ସଭାପତି ରହିବେ । ଏହାକୁ ନେଇ ଗଣମାଧ୍ୟମ କୌଣସି ବୟାନବାଜି ନକରନ୍ତୁ । ଦଳ ନିୟମକୁ ଭାଙ୍ଗିଲେ କାର୍ୟ୍ୟାନୁଷ୍ଠାନ ହେବ । ତେବେ କୌଣସି ଅଭିଯୋଗ ଥିଲେ ଦଳ ଅଧ୍ୟକ୍ଷ ଓ ମୋ ସହ ଆଲୋଚନା କରିପାରିବେ ବୋଲି ଜିତେନ୍ଦ୍ର କହିଛନ୍ତି ।