ଭୁବନେଶ୍ୱର ଲୋୟର ପିଏମଜିରେ ଗର୍ଜିଲା କଂଗ୍ରେସ: କଂଗ୍ରେସ କର୍ମୀଙ୍କ ଉଠାଇ ନେଉଛନ୍ତି ପୁଲିସ

0

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏମଜିରେ ଗର୍ଜିଲା କଂଗ୍ରେସ ।ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଲୋୟର ପିଏମଜିରେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ କଂଗ୍ରେସ କର୍ମୀ ।  ବିଧାନସଭା ଅଭିମୁଖେ ଅଗ୍ରସର ବେଳେ ପୋଲିସ ସହ କଂଗ୍ରେସ ନେତା ଓ କର୍ମୀ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛନ୍ତି ।  ଏହାରି ଭିତରେ  ପିସିସି ସଭାପତି ଭକ୍ତ ଦାସଙ୍କୁ ଗିରଫ କରିଛି ପୁଲିସ । ବରିଷ୍ଠ ନେତା ମହମ୍ମଦ ମୋକିମ ମଧ୍ୟ ଗିରଫ ହୋଇଛନ୍ତି । ଜଣଙ୍କ ପରେ ଜଣେ କଂଗ୍ରେସ କର୍ମୀଙ୍କ ଉଠାଇ ନେଉଛନ୍ତି ପୁଲିସ ।

ସୂଚନା ଅନୁସାରେ , କଂଗ୍ରେସକର୍ମୀଙ୍କୁ ପୁଲିସର ଲାଠିଚାର୍ଜ କରିଛି । ପୁଲିସ ଉପରକୁ କଂଗ୍ରେସ କର୍ମୀ ପଥରମାଡ କରିଛନ୍ତି । ଚେୟାର ସହ ବୋତଲ ଫିଙ୍ଗିଛନ୍ତି କଂଗ୍ରେସ କର୍ମୀ । ଏହା ସହ ପାଣି ମାଡ ମଧ୍ୟ କରିଛନ୍ତି ।  ଲୋୟର ପିଏମଜିରେ ଉତ୍ତେଜନା ପରିସ୍ଥିତି ଉପୁଜିଛି । କଂଗ୍ରେସ କର୍ମୀଙ୍କ ଉପରକୁ ଟିୟର ଗ୍ୟାସ ମାଡ କରିବା ସହ ପାଣି ମାଡ କରିଛନ୍ତି ପୋଲିସ । ପ୍ରଥମ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି କଂଗ୍ରେସ  କର୍ମୀ ।  ଲୋୟର ପିଏମଜିରେ ଧସ୍ତାଧସ୍ତି ହୋଇଛନ୍ତି । ବ୍ୟାରିକେଡ ଉପରେ ଚଢିଲେ କଂଗ୍ରେସ କର୍ମୀ । ସୂଚନା ଥାଉ କି, ନାରୀ ସୁରକ୍ଷା ପାଇଁ କଂଗ୍ରେସ ଆଜି ପ୍ରତିବାଦ କରିଛି ।