ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଆରମ୍ଭ କରିବ ଭାରତ ନ୍ୟାୟ ଯାତ୍ରା । ଭରାତ ଯୋଡ ଯାତ୍ରା ଭଳି ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ଏହି ଯାତ୍ରା ମଣିପୁରରୁ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ତେବେ ଏହି କଂଗ୍ରେସ ନ୍ୟାୟ ଯାତ୍ରାଟି ଆସନ୍ତା ଜାନୁଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଥିବା ବେଳେ ଏହା ୧୪ ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଯିବ ବୋଲି କୁହାଯାଉଛି । ମୋଟ ୬୨୦୦ କିଲୋମିଟରର ଏହି ଯାତ୍ରା ସମ୍ପୂର୍ଣ୍ଣ ରୂପେ ପଦଯାତ୍ରା ହେବନି । ବରଂ ଏହି ଯାତ୍ରାରେ ବସର ବ୍ୟବହାର କରାଯିବ । ତେବେ ଏହା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର ଦେଇ ଏହି ଯାତ୍ରା ଯିବ । ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ବସରେ ଏହି ଯାତ୍ରା କରାଯିବ । ତେବେ ଯାତ୍ରାରେ ସାମିଲ ନେତା କିଛି କିଛି ସ୍ଥାନରେ ପଦଯାତ୍ରା ମଧ୍ୟ କରିବେ । ଏହି ଯାତ୍ରାର ନାଁ ଭାରତ ନ୍ୟାୟ ଯାତ୍ରା ରଖିବା ପଛର ମୂଳ କାରଣ ବାବଦରେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଆମେ ଜନତାଙ୍କୁ ଆଶ୍ୱସନା ଦେବାକୁ ଚାହୁଁଛୁୁ ଯେ, ଆର୍ଥିକ, ସାମାଜିକ ନ୍ୟାୟ ସେମାନଙ୍କୁ ପ୍ରଦାନ କରିବୁ । ପୂର୍ବରୁ ଭାରତ ଯୋଡ ଯାତ୍ରା ୧୨ଟି ରାଜ୍ୟ ଦେଇ ଯାଇଥିବା ବେଳେ ଏବେ ୧୪ଟି ରାଜ୍ୟ ଦେଇ ଭାରତ ନ୍ୟାୟ ଯାତ୍ରା ଯିବ ।