(ଦିଲ୍ଲୀ) : ପ୍ରବଳ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀର ସ୍ଥିତି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଗରମରୁ ମିଳିଛି ଆଶ୍ୱସ୍ତି। ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ଗୁରୁଗ୍ରାମର ଜିଲ୍ଲା ଅଧିକାରୀ ଲୋକଙ୍କୁ ଘରୁ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ଅଧିକ ବର୍ଷା ହେତୁ ରାସ୍ତାଗୁଡିକ ଜଳମଗ୍ନ ହୋଇ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଗୁରୁଗ୍ରାମର ବଖତାୱର ଛକ, ଏମ୍ଡିଆଇ ଛକ, ଡିଏଲ୍ଏଫ୍ ଫେଜ-୧ ମେଟ୍ରୋ ନିକଟସ୍ଥ ଅଞ୍ଚଳ କହ୍ନେୟା ଛକ, ଅଗ୍ରସେନ ଛକ ଏବଂ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।
ସୂଚନାନୁଯାୟୀ , ସେପଟେ ଗୁରୁଗ୍ରାମ ଟ୍ରାଫିକ୍ ପୁଲିସ ମଧ୍ୟ ଲୋକଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଗୁରୁଗ୍ରାମ ଟ୍ରାଫିକ ପୁଲିସ ଟ୍ୱିଟ୍ କରି କହିଛି, ‘ଆମ ପାଖରେ ୱାର୍କ ଫ୍ରମ ହୋମ୍ ବିକଳ୍ପ ନାହିଁ। କିନ୍ତୁ ଯେଉଁମାନଙ୍କ ପାଖରେ ଅଛି ସେମାନେ ଘରୁ ରହି କାମ କରିବାକୁ ଚିନ୍ତା କରନ୍ତୁ। ଆପଣଙ୍କ ସହାୟତା ପାଇଁ ପୁଲିସ ଅଛି।’