(ପ୍ରିୟଦର୍ଶନୀ ସ୍ୱାଇଁ): ନିଲମ୍ବିତ ହେଲେ ମାଲଗୋଦାମଥାନା କନେଷ୍ଟବଳ । ଗଣମାଧ୍ୟମକୁ ବାଇଟ ଦେବା ପଡ଼ିଲା ମହଙ୍ଗା । ଲୁଟେରା ଚେନ ଲୁଟିବା ପରେ କନେଷ୍ଟବଳ ଗୀତାଞ୍ଜଳି ଜେନାଙ୍କୁ ସସପେଣ୍ଡ କରିଛନ୍ତି ଡ଼ିସିପି । ଗଣମାଧ୍ୟମକୁ ବାଇଟ ଦେଇଥିବାରୁ ଡ଼ିସିପି ତାଙ୍କୁ ସସପେଣ୍ଡ କରିଛନ୍ତି । ଚେନ ଲୁଟ କରିବା ସମୟରେ କନେଷ୍ଟବଳ ଜଣକ ଲୁଟେରାକୁ କାବୁ କରି ପୋଲିସ ଜିମାରେ ଦେଇଥିଲେ ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ମାଲଗୋଦାମ ଥାନାର ଜଣେ କାର୍ଯ୍ୟରତ ମହିଳା କନେଷ୍ଟବଳ ହେଉଛନ୍ତି ଗୀତାଞ୍ଚଳି ଜେନା । ଥାନାରୁ କୌଣସି କାରଣରୁ ବାହାରିବା ପରେ ତାଙ୍କୁ ଲୁଟରା ପିଛା କରିଥିଲେ । ଶେଷରେ ଚେନଟିକୁ ଛିଣ୍ଡ।।ଇ ନେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ କନେଷ୍ଟବଳ ମହିଳାଜଣକ ତାକୁ ରାସ୍ତାରେ ମାଡ଼ି ବସିଥିଲେ । ଫଳରେ ଘଟଣା ସ୍ଥଳରେ ସ୍ଥାନୀୟଲୋକେ ପହଞ୍ଚି ବହେ ଛେଚିଲା ପରେ ପୋଲିସରେ ଜିମା ଦେଇଥିଲେ । କିନ୍ତୁ କନେଷ୍ଟବଳ ଗଣମାଧ୍ୟମକୁ ବାଇଟ ଦେଇଥିବାରୁ ଡ଼ିସିପି ତାଙ୍କୁ ସସପେଣ୍ଡ କରିଛନ୍ତି । ତେବେ ଲୁଟେରା ଚୋରି କରିଥିବା ବେଳେ ଜଣେ ମହିଳା ସାହସିକତାର ପରିଚୟ ଦେଇଥିଲେ ମଧ୍ୟ ତାଙ୍କୁ ଦଣ୍ଡ ଦେବା ଘଟଣା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।