ଆଜି ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ସ୍ଥିତ ବାଉଁଶବଣ ଠାରେ ବିଶ୍ଵକର୍ମା ମେକାନିକ ସଂଘ ,ଡୁଙ୍ଗୁରିପାଲି ତରଫରୁ ମଛିନ୍ଦ୍ର ବିଶ୍ଵାଳଙ୍କ ସଭାପତୀତ୍ଵ ରେ ବାର୍ଷିକ ବଣଭୋଜି ଏବଂ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ରେ ବିଶ୍ଵକର୍ମା ମେକାନିକ ସଂଘର ଏକ ସ୍ଥାୟୀ କମିଟି ଗଠିତ ହୋଇଥିଲା ସମସ୍ତ ସଦସ୍ୟଙ୍କ ସମର୍ଥନ ରେ ଶ୍ରୀଯୁକ୍ତ ତୁଳସିରାମ ବାରିକ ଙ୍କୁ ସଭାପତି ଓ ଯଦୁମଣି କୁଦେଈ ଙ୍କୁ ଉପ ସଭାପତି ଦାୟିତ୍ଵ ଦେଇଥିବା ବେଳେ ସମ୍ପାଦକ ନିତ୍ୟାନନ୍ଦ ମେହେର ଏବଂ କୋଷାଦକ୍ଷ ବଣ୍ଟୁ ଦାସ ଙ୍କୁ ଚୟନ କରାଗଲା । ଉକ୍ତ ବୈଠକରେ ଭୋଳାନାଥ ଯୁଆଡି , ଆଶୋକ ନାଗ , ଆଲୋକ କର୍ମକାର , ପଙ୍କଜ ପଧାନ ,ଆରିୟାନ ଦିଶ୍ରୀ , ବିଜୟ କେରଲି , ମହମ୍ମଦ ଗୁଡ୍ଡୁ , ବୁଲୁ ଗଡ଼ତିଆଙ୍କ ସହ ବ୍ଲକ ର ଶତାଧିକ ମେକାନିକ ଉପସ୍ଥିତ ଥିଲେ । ଶେଷରେ ବଣ୍ଟୁ ଦିଶ୍ରୀ ଧନ୍ୟବାଦ ଦେଇଥିଲେ ।