ଭୂବନେଶ୍ୱର ଲୋୟର ପିଏମ୍ଜି ,ରାଜ୍ୟରେ ସଂକୀତ୍ତନର ଆଡ୍ଡାସ୍ଥଳୀ ପାଲଟିଛି ।ସବୁବେଳେ ଶୁଭୁଛି ଦାବିର କରୁଣ ଗର୍ଜନ ।ଠିକା ନିଯୁକ୍ତି ଉଚ୍ଛେଦ,ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନ ୱାଡି ,ପାଚିକା,ଆଶା କର୍ମୀଙ୍କ ମିଳିତ ସମାବେଶ ।ଆଜି ୫ଦଫା ଦାବି ନେଇ ହଜାର ହଜାର କଳାକାର ମାନେ ଆମରଣ ଅନଶନ ସହ ସଂକୀତ୍ତନ ଆନ୍ଦୋଳନ କରିଛନ୍ତି । ସଂକୀତ୍ତନ କଳାକାରଙ୍କୁ କଳାକାର ତାଲିକା ଭୁକ୍ତ କରି ପରିଚୟ ପତ୍ର ପ୍ରଦାନ ,କଳାକାର ମାନ୍ୟତା ପ୍ରଦାନ,ଭତ୍ତାପ୍ରଦାନ,ପରିବାରର ସବୁ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଭଳି ଦାବି ରହିଛି ।ସରକାର ବାରମ୍ବାର ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଠକୁଥିବା ମୁଖ୍ୟ କାରଣ ପାଲଟିଛି ।ସମାନ କାମକୁ ସମାନ ଦରମା ଓ ଠିକା ବ୍ୟବସ୍ଥା ଉଚ୍ଛେଦ ସହ ୧୦ଦଫା ଦାବି ନେଇ ଭାରତୀୟ ମଜଦୂର ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛିା